ବହୁ ଚର୍ଚ୍ଚିତ ଛତିଶଗଡ଼ ଡବଲ୍‌ ମର୍ଡର ଘଟଣା, ଅନୁପଙ୍କୁ ଦିନକ ପାଇଁ ରିମାଣ୍ଡରେ ନେଲା ପୋଲିସ

ରାୟଗଡ: ଛତିଶଗଡ଼ ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଚରାଉଚରା ପାଇଁ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ରାୟଗଡ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଥିଲା ଛତିଶଗଡ ପୋଲିସ। ତେବେ କୋର୍ଟ ଦିନକ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଏଥର ରିମାଣ୍ଡରେ ନେଇ ହତ୍ୟାକାଣ୍ଡର ସ୍ଥାନ ଏବଂ ହତ୍ୟାରେ ବ୍ୟବହୃତ ବୋଲେରୋ ଓ ଇନୋଭା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରାଯିବ। ସେପଟେ ଆଜି ହେବ ନାର୍କୋ ଟେଷ୍ଟ ଓ ବ୍ରେନ୍‌ ମ୍ୟାପିଂ ଶୁଣାଣି । ପୂର୍ବ ରିମାଣ୍ଡ ଅବଧି ସମୟରେ ଅନୁପ ଓ ବର୍ଦ୍ଧନ ପୋଲିସକୁ କୌଣସି ସହଯୋଗ କରିନଥିବା ପୋଲିସ କହିଥିଲା। ମାଆ-ଝିଅ କଳ୍ପନା ଓ ବବ୍‌ଲି ମର୍ଡର ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.