ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ,ନିର୍ବାଚନ ସୂଚୀ ସମ୍ପର୍କରେ କର୍ମକର୍ତ୍ତାଙ୍କୁ କଲେ ଅବଗତ

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି । ଏହି ଅବସରରେ ନିର୍ବାଚନ ସୂଚୀ ସମ୍ପର୍କରେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୪ ହଜାର ୭୪୫ । ସମସ୍ତ ଭୋଟରଙ୍କୁ ଫଟୋ ପରିଚୟପତ୍ର ପ୍ରଦାନ କରାଯାଇଛି ।

ଉପନିର୍ବାଚନ ପାଇଁ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବା ବେଳେ ଜୁନ୍‌ ୩ ତାରିଖ ଯାଏ ବଳବତ୍ତର ରହିବ । ନିର୍ବାଚନ ସମୟରେ ରାତି ୧୦ଟାରୁ ସକାଳ ୬ଟା ଯାଏ ମାଇକ୍‌ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.