Below header

ପରି ମାମଲାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଦୋଷୀ ଦଣ୍ଡ ପାଇଛି

ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ ହୋଇଛି ଓଡ଼ିଶା । ୨୦୦୦ ମସିହାରେ ସରକାରକୁ ଆସିଲା ବେଳେ ରାଜ୍ୟରେ ୭୦ ଭାଗ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ। ଏବେ ଏହା ୧୦ ପ୍ରତିଶତକୁ ହ୍ରାସ ପାଇଛି ।

ଭୁବନେଶ୍ୱର : ରାଜସ୍ୱ ବଳକା ରାଜ୍ୟରେ ପରିଗଣିତ ହୋଇଛି ଓଡ଼ିଶା । ୨୦୦୦ ମସିହାରେ ସରକାରକୁ ଆସିଲା ବେଳେ ରାଜ୍ୟରେ ୭୦ ଭାଗ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ। ଏବେ ଏହା ୧୦ ପ୍ରତିଶତକୁ ହ୍ରାସ ପାଇଛି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି। ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି । ବିରୋଧୀ ଏନେଇ ହୀନ ରାଜନୀତି କରୁଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଲିଙ୍ଗରାଜ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିକାଶ ଓ ଅପରାଧକୁ ନେଇ ରାଜନୀତି କରିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି । BSKY ଦେଶର ସବୁଠାରୁ ଭଲ ଯୋଜନା । ଲାଭ ଯୋଜନା ଆଦିବାସୀଙ୍କ ପାଇଁ ବହୁତ ସହାୟକ ହେବ ବୋଲି କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.