ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରଳ ରେକର୍ଡ଼ ଲକ୍ଷ୍ୟରେ ରହିଛି ବିଜେଡି

ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ଷଷ୍ଠ ଥର ଜିତି ଦେଶରେ ବିରଳ ରେକର୍ଡ଼ ଲକ୍ଷ୍ୟରେ ରହିଛି ବିଜେଡି। ବିଜେଡି ନବୀନଙ୍କ ଭାବମୂର୍ତ୍ତି ଓ ଗତ ୫ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ।

ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ଷଷ୍ଠ ଥର ଜିତି ଦେଶରେ ବିରଳ ରେକର୍ଡ଼ ଲକ୍ଷ୍ୟରେ ରହିଛି ବିଜେଡି। ବିଜେଡି ନବୀନଙ୍କ ଭାବମୂର୍ତ୍ତି ଓ ଗତ ୫ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ। ଦେଶର ରାଜନୈତିକ ଇତିହାସରେ ଓଡିଶାବାସୀ କିଛି ମାସ ମଧ୍ୟରେ ନୂଆ ରେକର୍ଡ଼ କରିବେ। ଗତକାଲି କ୍ୟାବିନେଟ ରେ ଏକଥା କହି ମୁଖ୍ୟମନ୍ତ୍ରୀ ଇସାରା କରିଛନ୍ତି ଯେ, ଓଡିଶାବାସୀ ତାଙ୍କୁ ପୁଣି ଥରେ ଆଶୀର୍ବାଦ କରିବେ ଓ ତାଙ୍କ ନେତୃତ୍ଵରେ ବିଜେଡି ସରକାର ଗଠନ କରିବ।

ଦୁଇ ଦିନ ତଳେ ନବୀନ ନିବାସରେ ବସିଥିବା ବୈଠକରେ ନବୀନ କହିଥିଲେ, ୨୦୧୯ ତୁଳନାରେ ୨୦୨୪ରେ ବିଜେଡି ଆହୁରି ଭଲ କରିବ। ପୂର୍ବରୁ ବିଜେଡି ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନରେ ଜିତିବ ବୋଲି କହି ଆସୁଛି। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ବିଜେଡିର ଗଭୀର ଆତ୍ମ ବିଶ୍ୱାସ ରହିଛି।

ଗତ ୫ ବର୍ଷ ଭିତରେ ରୂପାନ୍ତରଣରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ରାଜ୍ଯ ସରକାର। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ କରାଯାଇଛି। ଗ୍ରାମାଞ୍ଚଳରେ ଗମନାଗମନ ପାଇଁ ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକାରୀ ହୋଇଛି। ସରକାରୀ ସ୍କୁଲ ଗୁଡିକର ରୂପାନ୍ତରଣ ସହ ୧୫ ମାସ ଭିତରେ ରାଉରକେଲାରେ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଅନେକ ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି ରାଜ୍ଯ ସରକାର। ଏ ସମସ୍ତ ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ  ବିଜେଡି ଯୋଜନା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.