ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ମତଗଣନା ତାରିଖ ବଦଳିଲା, ଜୁନ୍‌ ୨ରେ ହେବ କାଉଣ୍ଟିଂ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଫଳାଫଳ ତାରିଖ ବଦଳାଇଛନ୍ତି ।

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଫଳାଫଳ ତାରିଖ ବଦଳିଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ଘୋଷଣା ବେଳେ କହିଥିଲେ ଯେ ଲୋକସଭା ଏବଂ ୪ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍ ୪ରେ ଆସିବ । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି ।

ଜୁନ୍‌ ୪ ପରିବର୍ତ୍ତେ ଜୁନ୍ ୨ରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନର ଫଳାଫଳ ଆସିବ । କହି ରଖୁଛୁ, ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ସିକ୍କିମ ଏବଂ ଅରୁଣାଚଳରେ ଏପ୍ରିଲ ୧୯ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଉଭୟ ରାଜ୍ୟରେ ସେହି ଦିନ ହିଁ ଲୋକସଭା ପାଇଁ ଭୋଟ୍ ଗ୍ରହଣ କରାଯିବ । ଏଠାରେ ବିଧାନସଭା ନିର୍ବାଚନର ଫଳାଫଳ ଲୋକସଭା ଫଳାଫଳର ୨ ଦିନ ପୂର୍ବରୁ ଆସିବ । ଲୋକସଭା ଫଳାଫଳ ଜୁନ୍ ୪ରେ ଆସିବ ।

ସୂଚନାଯୋଗ୍ୟ, ଶନିବାର ନିର୍ବାଚନ ଆୟୋଗ ୧୮ତମ ଲୋକସଭା ପାଇଁ ନିର୍ବାଚନୀ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହା ସହିତ ସାରା ଦେଶରେ ଆଚରଣ ବିଧି ଲାଗୁ କରି ଦିଆଯାଇଛି । ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.