Below header

ରାଜସ୍ଥାନ ରୟାଲ୍ସ କ୍ୟାମ୍ପରେ ସେନା ଯବାନ ଭଳି ହେଲା ଧ୍ରୁବ ଜୁରେଲଙ୍କ ସ୍ୱାଗତ, ଫ୍ୟାନ୍ସ ମାରିଲେ ସାଲ୍ୟୁଟ : ଭିଡିଓ ଭାଇରଲ

ଧ୍ରୁବ ଜୁରେଲଙ୍କ ଏହି ଭିଡିଓ ରାଜସ୍ଥାନ ରୟାଲ୍ସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଧ୍ରୁବ ଏକ ଦାମୀ କାରରୁ ଓହ୍ଲାଇବା ପରେ ହୋଟେଲରେ ତାଙ୍କୁ ତିଳକ ଲଗାଇ ସ୍ୱାଗତ କରାଯାଉଛି । ଏହାପରେ ରାଜସ୍ଥାନ ରୟାଲ୍ସ ଟିମର ଫ୍ୟାନ୍ସ ତାଙ୍କୁ ସାଲ୍ୟୁଟ କରୁଛନ୍ତି ।

ଆଇପିଏଲ୍‌ ୨୦୨୪ ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଅନେକ ଖେଳାଳି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ଭଲ ଖେଳିବା ପରେ ଧ୍ରୁବ ଜୁରେଲ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଉ ଏଥିପାଇଁ ଧ୍ରୁବ ରାଜସ୍ଥାନ ରୟାଲ୍ସର କ୍ୟାମ୍ପରେ ପହଞ୍ଚିଛନ୍ତି । ଯେଉଁଠାରେ ତାଙ୍କ ସ୍ୱାଗତ ଧୁମଧାମରେ କରାଯାଇଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଧ୍ରୁବ ଜୁରେଲଙ୍କ ଏହି ଭିଡିଓ ରାଜସ୍ଥାନ ରୟାଲ୍ସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ଧ୍ରୁବ ଏକ ଦାମୀ କାରରୁ ଓହ୍ଲାଇବା ପରେ ହୋଟେଲରେ ତାଙ୍କୁ ତିଳକ ଲଗାଇ ସ୍ୱାଗତ କରାଯାଉଛି । ଏହାପରେ ରାଜସ୍ଥାନ ରୟାଲ୍ସ ଟିମର ଫ୍ୟାନ୍ସ ତାଙ୍କୁ  ସାଲ୍ୟୁଟ କରୁଛନ୍ତି । ଧ୍ରୁବଙ୍କୁ ପ୍ରଥମ ଥର ରାଜସ୍ଥାନ ରୟାଲ୍ସ ତରଫରୁ ୨୦ ଲକ୍ଷ ଟଙ୍କାରେ କିଣାଯାଇଛି ।

ଧ୍ରୁବ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ରନ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଧ୍ରୁବ ସେତେବେଳେ ଦମଦାର ପ୍ରଦର୍ଶନ କରିଥିଲେ । ଧ୍ରୁବ କୁଲଦୀପଙ୍କ ସହଭାଗିତାରେ ୭୬ ରନ୍‌ କରି ଭାରତର ସ୍କୋରକୁ ୨୫୦ ପାର କରାଇଥିଲେ । ଧ୍ରୁବ ଦ୍ୱିତୀୟ ଇନିଂସରେ ମଧ୍ୟ ୩୯ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.