ଆଜିଠୁ SCBରେ ଇକ୍‌ମୋ ଚିକିତ୍ସା ଆରମ୍ଭ, ୯ଟି ମେସିନକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ(କେନ୍ୟୁଜ): ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ। ଆଉ ବ୍ୟୟବହୁଳ ହେବନି ଇକ୍‌ମୋ ଚିକିତ୍ସା। ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା। ଆଜି କଟକ SCBରେ ଶୁଭାରମ୍ଭ ହେବ ଇକ୍‌ମୋ ୟୁନିଟ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତରେ ଆସି ଏହାର ଶୁଭାରମ୍ଭ କରିବେ। ୯ଟି ଇକ୍‌ମୋ ମେସିନ ଉଦ୍‌ଘାଟନ ହେବ । ଇକ୍‌ମୋ ଚିକିତ୍ସା ବାବଦରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ଟ୍ରେନିଂ ନେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏସସିବି ମେଡିକାଲ କଲେଜରେ ସ୍ଥିତି ପରଖିଛନ୍ତି କଟକ ଜିଲ୍ଲାପାଳ ଓ ଡିସିପି । ପୂର୍ବରୁ ଇକ୍‌ମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍‌ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.