ଔଷଧୀୟ ଗୁଣରେ ଭରପୂର ହଳଦୀ ସେବନ ଦ୍ୱାରା ଦେଖାଦିଏ ଏସବୁ ସମସ୍ୟା, ନିଶ୍ଚୟ ପଢ଼ନ୍ତୁ

ଭାରତୀୟ ମସଲା ମଧ୍ୟରେ ହଳଦୀ ପ୍ରମୁଖ। ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗେନି, ବରଂ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ସାଧାରଣତଃ ହଳଦୀ ବ୍ୟବହାର କରାଯାଏ। ନିୟମିତ କିଛି କିଛି ହଳଦୀ ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଳଦୀ ଖାଇବାର କେତେକ ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଆସନ୍ତୁ ଜାଣିବା ହଳଦୀ ସେବନ କଲେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ …

ହଳଦୀରେ ଅନ୍ୟ ପୋଷକ ତତ୍ତ୍ୱ ସହ କରକ୍ୟୁମିନ୍‌ ଭଳି ଉପାଦାନ ମଧ୍ୟ ରହିଥାଏ। କ୍ୟାନସର ପ୍ରିଭେନ୍ସନ୍‌ର ଏକ ରିସର୍ଚ୍ଚ ମୁତାବକ, କରକ୍ୟୁମିନ୍‌ ଯୋଗୁ ଡାଇରିଆ, ବ୍ଲୋଟିଂ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏହା ଖୁବ୍‌ କମ୍‌ ଲୋକଙ୍କ ଠାରେ ଦେଖାଦିଏ। କିନ୍ତୁ ଯଦି ନିୟମିତ ଅଧିକ ପରିମାଣରେ ହଳଦୀ ସେବନ କରୁଥିବେ ତେବେ ଏହି ସମସ୍ୟା ଦେଖା ଦେବା ଆଶଙ୍କା ଅଧିକ।

ଏକ୍ସପର୍ଟଙ୍କ ମତରେ, ଦିନକୁ ୩ ଗ୍ରାମ୍‌ ହଳଦୀ ସେବନ କରିବା ଉଚିତ। ତା’ଠାରୁ ଅଧିକ ପରିମାଣର ହଳଦୀ ଖାଇଲେ ନାନା ଶାରୀରିକ ସମସ୍ୟା ଦେଖାଦେଇପାରେ। ଅଧିକ ହଳଦୀ ଖାଇଲେ ପେଟ ଖରାପ ହୋଇପାରେ। ଏଥିସହ ମାନ୍ଦା ଲାଗେ। କେବଳ ଏତିକି ନୁହେଁ ଆବଶ୍ୟକତା ଠାରୁ ଅଧିକ ହଳଦୀ ସେବନ ଦ୍ୱାରା ଡାଇରିଆ ଭଳି ସ୍ଥିତି ଉପୁଜିପାରେ। ମାତ୍ରାଧିକ ହଳଦୀ ସେବନ ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ। ଏଣୁ ସବୁବେଳେ ଠିକ୍‌ ମାତ୍ରାରେ ହଳଦୀ ଖାଇବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.