ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଦେବେ ଯୋଗ

ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଚାରମାଲ ଠାରେ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗଦେବେ । ଏହି ମହାସମାବେଶରେ ସମ୍ବଲପୁର ଜିଲ୍ଲାର ୫୦ ହଜାରରୁ ଅଧିକ କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ଓ ସଭ୍ୟ ସାମିଲ ହେବେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଚାରମାଲ ଠାରେ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗଦେବେ । ଏହି ମହାସମାବେଶରେ ସମ୍ବଲପୁର ଜିଲ୍ଲାର ୫୦ ହଜାରରୁ ଅଧିକ କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ଓ ସଭ୍ୟ ସାମିଲ ହେବେ ।

ଆଜି ଦିନ ୧୨ ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଖୁବେଲ ସ୍ଥିତ ପଡ଼ିଆରେ ଓଲ୍ଲାଇବେ  । ସେଠାରୁ ଚାରମାଳ ହାଇସ୍କୁଲ ପଡ଼ିଆକୁ ଯାଇ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ବର୍ଷ ଧରି ରାଜ୍ୟ ସଂଘ ୧୪ ଦଫା ଦାବି ନେଇ ଆନ୍ଦୋଳନ କରୁଛି ।  ବିଶେଷ ଭାଵରେ ଜିଏସଟି ଛାଡ଼, କେନ୍ଦୁପତ୍ର ମୂଲ୍ୟ ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ସଂଘର ଦାବି ରହିଛି । କାର୍ଯ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ପୂର୍ବରୁ ଗତ ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ସମ୍ବଲପୁର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଦିନ ଭିତରେ ଜିଲ୍ଲାକୁ ଏହା ତାଙ୍କର ଦ୍ବିତୀୟ ଗସ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.