ଗୋଲଡେନ୍ ବୟ ପ୍ରମୋଦ ଭଗତ ଏବଂ ସ୍ୱର୍ଣ୍ଣ ପଦକ ବିଜେତା ଏସ୍. ଏ. ନାରାୟଣଙ୍କୁ ସମ୍ବର୍ଦ୍ଧିତ କରି ୩୦ ଲକ୍ଷ ୯୫ ହଜାର ଟଙ୍କାର ଚେକ୍ ପ୍ରଦାନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାର ଗୋଲଡେନ୍ ବୟ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କୁ ୩୦ ଲକ୍ଷ ୯୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ ପ୍ରମୋଦ ଭଗତ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସେ ଜିତିଥିଲେ ସ୍ୱର୍ଣ୍ଣ । ଗତ ଅଗଷ୍ଟ ୨୯ ତାରିଖରେ ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର ।

naveenସେହିପରି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଏସ୍. ଏ. ନାରାୟଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରୁଷିଆରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ଓ୍ଵାଟର ଟେକ୍ନୋଲୋଜିରେ ଏସ୍. ଏ. ନାରାୟଣ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ । ଜର୍ମାନୀ, ଦକ୍ଷିଣ କୋରିଆ, ଚୀନ୍ ଓ ସିଙ୍ଗାପୁରର ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ପ୍ରତିଯୋଗିତା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.