Below header

ବାହାହେଲେ କି ଆଲିଆ, ବଧୂବେଶରେ ଫଟୋ ଭାଇରାଲ

ସବୁବେଳେ ଚର୍ଚ୍ଚାର ଶିରୋନାମାରେ ଥାଆନ୍ତି ବଲିଉଡ୍‌ର ନାୟକ ନାୟିକା। ସବୁଠାରୁ ଅଧିକ ଚର୍ଚ୍ଚାରେ ସେମାନଙ୍କ ଲାଇଫ୍‌ଷ୍ଟାଇଲ୍‌ ରହିଥାଏ। କେତେବେଳେ ରିଲେସନ୍‌ସିପ୍‌କୁ ନେଇ ତ ଆଉ କେତେବେଳେ ଡ୍ରେସିଂ ପାଇଁ ସେମାନେ ଆଲୋଚ୍ୟର ବିଷୟ ପାଲଟିଥାନ୍ତି। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ଏବେ ବଧୂବେଶରେ ଦେଖିବାକୁ ମିଳିଛି। ଡାର୍କ ରେଡ୍‌କଲରର ଲେହେଙ୍ଗା ପିନ୍ଧିଥିବା ଆଲିଆଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଲିଆ ଏହି ବ୍ରାଇଡାଲ ଗେଟ୍‌ଅପ୍‌ରେ ନବବଧୂ ଭଳି ଦେଖାଯାଉଛନ୍ତି। ତେବେ ଏକ ଫଟୋ ସୁଟ୍‌ ପାଇଁ ଆଲିଆ ଏଭଳି ଗେଟ୍‌ଅପ୍‌ ନେଇଥିବା ଜଣାଯାଇଛି।


ଭାରତର ଜଣାଶୁଣା ଫ୍ୟାଶନ ଡିଜାଇନର୍‌ ହାଉସ୍‌‘‘ମୋହେ’’ ଦ୍ୱାରା ଡିଜାଇନ୍‌ ଏକ ବ୍ରାଇଡାଲ କଲେକ୍ସନର ବଜାର ପ୍ରବେଶ ଅବସରରେ ଆଲିଆ ଏହି ଲେହେଙ୍ଗା ପିନ୍ଧିଥିବା ଜଣାଯାଇଛି। ଲେହେଙ୍ଗା ପିନ୍ଧା ଫଟୋ ସେୟାର କରି ଆଲିଆ ଦୁଲ୍ଲହନ୍‌ବାଲୀ ଫିଲିଙ୍ଗ୍‌ସ କୋଟୋସନ୍‌ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଆଲିଆଙ୍କୁ ବ୍ରାଇଡାଲ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା। ଆଉ ସବୁବେଳ ଭଳି ଏହି ଫଟୋରେ ବି ଆଲିଆ ବହୁତ ସୁନ୍ଦର ନଜର ଆସୁଛନ୍ତି।

ଏହାସହ ପଢ଼ନ୍ତୁ: କୌଣସି ପରୀଠାରୁ ମଧ୍ୟ କମ୍‌ ନୁହଁନ୍ତି ଏହି ସାଉଥ୍‌ଷ୍ଟାରଙ୍କ ପତ୍ନୀ,ଥରେ ପକାନ୍ତୁ ନଜର

ଏହି ବ୍ରାଇଡାଲ ଗେଟ୍‌ଅପରେ କୌଣସି ବଧୂଠାରୁ କମ୍‌ ଲାଗୁନାହାନ୍ତି ଆଲିଆ। ରେଡ୍‌ ହେଭି ଓ୍ଵାର୍କ ଲେହେଙ୍ଗା ସହ ଆଲିଆ ହେଭି କୁନ୍ଦନ ଜୁଏଲାରୀ ପିନ୍ଧିଛନ୍ତି। ସେ ଏହି ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଯେ,‘‘ନୂତନ ଆରମ୍ଭ ଏବଂ ସୁନ୍ଦର ଲେହେଙ୍ଗା ସହ ମୋହେ ଫ୍ୟାଶନ୍‌ର ଚେହେରା ହେବା ପାଇଁ ବହୁତ ଉତ୍ସାହିତ ଅଛି’’।

ଆଲିଆ ଏବେ ସଡ଼କ ୨ର ସୁଟିଂଶେଷ କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଆଗକୁ ତାଙ୍କର ଫିଲ୍ମ ‘‘ବ୍ରହ୍ମାସ୍ତ୍ର’’ ଆସିବାକୁ ଅଛି। ଏଥିରେ ସେ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ସହ କାମ କରିବେ। ସୂଚନାଯୋଗ୍ୟ ଯେ, ରଣବୀର କପୁରଙ୍କ ସହ ରିଲେସନ୍‌ ସିପ୍‌କୁ ନେଇ ଆଲିଆ ଏବେ ଚର୍ଚ୍ଚାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.