ଦୂର ହେବ ବ୍ରହ୍ମପୁର ବାସୀଙ୍କ ଜଳକଷ୍ଟ, ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ହେଲା ଉଦଘାଟନ

ବ୍ରହ୍ମପୁର (କେନ୍ୟୁଜ୍): ଦୂର ହୋଇଛି ଦୀର୍ଘ ଦିନର ସମସ୍ୟା । ଆଉ ରହିବନି ପାନୀୟ ଜଳର ଅସୁବିଧା । ଜଳକଷ୍ଟ ଦୂର କରିବାକୁ ବ୍ରହ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାର ୧୬ଟି ପଞ୍ଚାୟତର ୫୩ଟି ଗାଁର ଲୋକେ ଉପକୃତ ହେବେ । ଖଲିକୋଟ କଲେଜ ପଡିଆଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦାଘାଟନ ଓ ଶିଳାନ୍ୟାସ କରିଛନ୍ତ ମୁଖ୍ୟମନ୍ତ୍ରୀ ।

water 2

୪୯୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ୨୦୧୬ ମସିହାରୁ କାର‌୍ୟ୍ୟ ଆରମ୍ଭ ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ବର୍ତ୍ତମାନ କାର‌୍ୟ୍ୟକ୍ଷମ ହେବା ଦ୍ୱାରା ବ୍ରହ୍ମପୁର ମହାନଗର ନିଗମ ସମେତ ଗ୍ରାମାଞ୍ଚଳର ୫୪ଟି ଗାଁର ଜଳ କଷ୍ଟ ଦୂର ହେବ । ଏହା ସହ ବ୍ରହ୍ମପୁର ସହରର ୧୩ଟି ଉନ୍ନୟନ ମୁଳକ କାର‌୍ୟ୍ୟର ଶିଳାନ୍ୟାସ କରିବା ସହ ୭ଟିର ଶୁଭ ଉଦଘାନଟନ କରିବେ। ସେପଟେ ଗଞ୍ଜାମ ଜିଲ୍ଲା ଆର‌୍ୟ୍ୟପଲ୍ଲୀରେ ୨ କୋଟି ଟଙ୍କା ବ୍ୟୟରେ ଆଧୁନିକ ମାଛମରା ଜେଟି ତଥା ଫିସିଂ ହାର୍ବର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ।

water 3

ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତ ବେଳେ ମୋଟ ୫୪୩ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତରୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଏନେଇ ବ୍ରହ୍ମପୁର ମହାନଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.