ବାଲେଶ୍ୱରରେ ତିନି ସଚିବଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ବାଲେଶ୍ୱର: ବାଲେଶ୍ୱରରେ ତିନି ସଚିବଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କାର୍ତ୍ତକେୟନ୍‌ ପାଣ୍ଡିୟାନ୍‌ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ବାଲେଶ୍ୱର ସହରର ରାସ୍ତା ପ୍ରଶସ୍ତିକରଣ, ଡ୍ରେନେଜ୍‌, ଲାଇଟ୍‌, ପାନୀୟ ଜଳ ଯୋଗାଣ ଆଦି ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି । ତିନି ସଚିବ ଏହାର ସମୀକ୍ଷା କରିଥିଲେ ।

ବାଲେଶ୍ୱର ପୋଲିସ ରିଜର୍ଭ ପଡିଆରେ ପହଞ୍ଚିବା ପରେ କୁରୁଡା ଛକ, ତାମୂଳିଆ ଛକ, ବସ୍‌ଷ୍ଟାଣ୍ଡର ସ୍ଥିତି ସମୀକ୍ଷା କରିଥିଲେ । ପରେ ରେମୁଣା ଛକ ପର୍ଯ୍ୟନ୍ତ ଗସ୍ତ କରି ବିଭିନ୍ନ ଆବଶ୍ୟକତାକୁ ଅନୁଧ୍ୟାନ କରିଥିଲେ । ଶେଷରେ ନିର୍ମାଣାଧୀନ ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲା ସ୍କୁଲ ଗସ୍ତ କରିଥିଲେ । କୋଭିଡ୍‌ ସ୍ଥିତିର ସମୀକ୍ଷା କରିଥିଲେ । ବାଲେଶ୍ୱରରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଆବଶ୍ୟକତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ଜନସାଧାରଣଙ୍କୁ ତ୍ୱରିତ ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.