Below header

ରାୟଗଡ଼ା ଜିଲ୍ଲାରେ ବଢୁଛି ସଂକ୍ରମଣ: ସୀମାନ୍ତରେ ହାଇ ଆଲର୍ଟ ଜାରି କଲା ପ୍ରଶାସନ

ରାୟଗଡା: ରାୟଗଡା ଜିଲ୍ଲାରେ କୋରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ପଡୋଶୀ ଆନ୍ଧ୍ରପ୍ରଦେଶରୁ ଅନୁପ୍ରବେଶକାରୀଙ୍କ ଯୋଗୁଁ ସଂକ୍ରମଣ ହେଇଥିବା ଆଶଙ୍କା କରି ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସୀମାନ୍ତରେ ହାଇ ଆଲର୍ଟ ଜାରୀ କରିଛି ପ୍ରଶାସନ । ଆନ୍ଧ୍ର -ଓଡିଶା ସୀମାନ୍ତରେ କଡାକଡି ଚେକିଂ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଆନ୍ଧ୍ରପ୍ରଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପଞ୍ଜିକରଣ କରାଯିବା ସହିତ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରଯାଉଛି । ଯାତ୍ରୀମାନେ ନିଜର ଅଣ୍ଟିଜେନ ଟେଷ୍ଟ କିମ୍ବା ୨ଟି କୋଭିଡ ଟିକା ନେଇଥିବା ପ୍ରମାଣ ପତ୍ର ବୋର୍ଡ ନିକଟରେ ଜମା କରିବେ । ନଚେତ ସେମାନଙ୍କୁ ସଙ୍ଗରୋଧକେନ୍ଦ୍ରରେ ୭ ଦିନ ପାଇଁ ରଖାଯିବାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.