କେନ୍ଦୁଝରରେ ମୁଖ୍ୟ ସଚିବ, ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ସମୀକ୍ଷା

ଆନନ୍ଦପୁର ବ୍ୟାରେଜର ପାଣି ବିଦ୍ୟାଧରପୁର ବ୍ୟାରେଜକୁ ଅତିଶୀଘ୍ର ଛଡ଼ାଯିବ ବୋଲି ସେ କହିଛନ୍ତି। ଜିଲ୍ଲାର ମେଗାଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଯଥାଶୀଘ୍ର ସମ୍ପୁର୍ଣ୍ଣ ହେବ ବୋଲି କହିଛନ୍ତି ମୁଖ୍ୟ ସଚିବ।

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଧରଣୀଧର ମେଡିକାଲ କଲେଜ ଓ କେନ୍ଦୁଝର ମାଇନିଂ ସ୍କୁଲକୁ ଉଚ୍ଚକୋଟୀର ଗଢିତୋଳିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

ଜିଲ୍ଲାବାସୀଙ୍କର ବହୁଦିନର ସ୍ୱପ୍ନ ଥିବା କାନପୁର ବୃହତ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ସମାପ୍ତ ହେବ। ସେହିପରି ଆନନ୍ଦପୁର ବ୍ୟାରେଜର ପାଣି ବିଦ୍ୟାଧରପୁର ବ୍ୟାରେଜକୁ ଅତିଶୀଘ୍ର ଛଡ଼ାଯିବ ବୋଲି ସେ କହିଛନ୍ତି। ଜିଲ୍ଲାର ମେଗାଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଯଥାଶୀଘ୍ର ସମ୍ପୁର୍ଣ୍ଣ ହେବ ବୋଲି କହିଛନ୍ତି ମୁଖ୍ୟ ସଚିବ। ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଟ୍ରମା କେୟାର ସେଣ୍ଟର ଖୋଲାଯିବ ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.