ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ: ଅକ୍ଷୟ ପରିଜା ଚକ୍ରାନ୍ତ କରି ଫସାଇଛନ୍ତି, ସମୟ ଆସିଲେ ଗୋଟି ଗୋଟି କରି ସବୁ ସତ କହିବୁ

କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଝାରପଡ଼ା ଜେଲରୁ ଜଗବନ୍ଧୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ସେପଟେ ଜଗବନ୍ଧୁଙ୍କ ବୟାନ ପରେ ନେଇ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ରଖିଛନ୍ତି । କୋର୍ଟରେ ମାମଲା ବିଚାରଧୀନ ରହିଛି । ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି

କେନ୍ୟୁଜ୍(ବ୍ୟୁରୋ): ଗିରଫ ପରେ ପ୍ରଥମ ଥର ମୁହଁ ଖୋଲିଲେ ଜଗବନ୍ଧୁ ଚାନ୍ଦ । ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବିସ୍ପୋରକ ବୟାନ । ଅଭିଯୋଗ କରିଛନ୍ତି, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଚକ୍ରାନ୍ତ କରି ଫସାଇଛନ୍ତି । ଶ୍ରଦ୍ଧାଞ୍ଜଳିକୁ ଟଙ୍କା ଲୋଭ ଦେଖାଇ ଏତଲା ଦେଇଛନ୍ତି । ଆମ ମୁଣ୍ଡରେ ଅଠା ବୋଳା ହୋଇଛି ।

ଏହି ମାମଲାରେ ଅନେକ ବଡ଼ବଡ଼ିଆ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ବାହାରକୁ ଅଣାଯାଉ । ସମୟ ଆସିଲେ ଗୋଟି ଗୋଟି କରି ସବୁ ସତ କହିବୁ କହିଛନ୍ତି ଜଗବନ୍ଧୁ । କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଝାରପଡ଼ା ଜେଲରୁ ଜଗବନ୍ଧୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ସେପଟେ ଜଗବନ୍ଧୁଙ୍କ ବୟାନ ପରେ ନେଇ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ରଖିଛନ୍ତି । କୋର୍ଟରେ ମାମଲା ବିଚାରଧୀନ ରହିଛି । ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି । ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ନାଁରେ ବ୍ଲାକ ମେଲିଂ, ହନିଟ୍ରାପ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚର୍ନା, ଜଗବନ୍ଧୁ, ଓ ଖଗେଶ୍ୱର ଙ୍କୁ ଗିରଫ କରିଥିଲା ଅର୍ଥ ନୈତିକ ଅପରାଧ ଶାଖା । ସେବେଠାରୁ ଅଭିଯୁକ୍ତମାନେ ଝାରପଡ଼ା ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.