ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ: ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚିମବଙ୍ଗରେ ଉଗ୍ର ରୂପ ନେଉଛି  କରୋନା। ଏହାକୁ ଆଖି ଆଗରେ ରଖି ମୁଖ୍ୟ ଶାସନ ସଚିବଙ୍କ ଘୋଷଣା।  ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ। ପଞ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ କରୋନା ଭାଇରସ ଦେଖାଦେଇଥିବାରୁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାଲିଠାରୁ ଲାଗୁ ହେବ ଏହି  ନିୟମ । ପଶ୍ଚିମବଙ୍ଗରୁ ଓଡିଶାକୁ ଆସିଥିବା ସବୁ ପ୍ରବେଶ ପଥରେ ହେବ କଡ଼ାକଡ଼ି ଯାଞ୍ଚ ।

ଯେଉଁ ମାନଙ୍କର ଆରଟିପିସିଆର ଟେଷ୍ଟ  ରିପୋର୍ଟ ନେଗେଟିଭ ଥିବ କିମ୍ବା ଦୁଇଟା ଡୋଜ ଟିକା  ନେଇଥିବେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ଅନୁମତି ମିଳିବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନଥିବ କିମ୍ବା କୋଭିଡ଼ ଡୋଜ୍ ନେଇନଥିବେ ସେମାନେ କ୍ଲଷ୍ଟର ସେଣ୍ଟର କ୍ବାରେଣ୍ଟାଇନ ରହିବେ । ପଶ୍ଚିମବଙ୍ଗ ଫେରନ୍ତା ଚାହିଁଲେ ପେଡ୍ କ୍ବାରେଣ୍ଟାଇନସେଣ୍ଟରରେ ମଧ୍ୟ ରହିପାରିବେ। କେବଳ ସେତିକି ନୁହେଁ ପଶ୍ଚିମବଙ୍ଗରୁ  ବିମାନରେ ଫେରୁଥିବା ଯାତ୍ରୀ ମଧ୍ୟ କ୍ବାରେଣ୍ଟାଇନରେ ରହିବେ। ଏନେଇ ମୟୂରଭଞ୍ଜ ଓ ବାଲେଶ୍ବର   ଏସପିଙ୍କୁ ନିର୍ଦ୍ଦେଶ ଦଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ପଶ୍ଚିମବଙ୍ଗ ସବୁ ପ୍ରମୁଖ ଓ ଛୋଟ ପ୍ରବେଶ ପଏଣ୍ଟରେ ପଶ୍ଚିମବଙ୍ଗ ପଟୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ଟ୍ରାକିଂ ପାଇଁ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ ରହିବେ । କ୍ଲଷ୍ଟର ଟିଏମ୍‌ସିରେ ଆବଶ୍ୟକ ସୁବିଧା କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି । ଏସଆରସିଙ୍କ ଗାଇଡଲାଇନ ଅନୁସାରେ ଟିଏମସି ହେବ । ଦୁଇ ଡୋଜ୍‌ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏ ସଂପର୍କିତ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ସେହିପରି ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ ନେଗେଟିଭ ଥିଲେ ସଂପୃକ୍ତ ବ୍ୟକ୍ତି ରିପୋର୍ଟ ଦାଖଲ କରିବେ । ଏ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ମିଳିବ । ଯଦି ପଶ୍ଚିମବଙ୍ଗରୁ ଆସୁଥିବା କୌଣସି ବ୍ୟକ୍ତି କ୍ୱାରେଣ୍ଟାଇନରେ ନରହନ୍ତି ସେ ସଂପର୍କରେ ସରପଞ୍ଚ, ୱାର୍ଡମେମ୍ବରମାନେ ବିଡିଓ, ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇବେ । ଏ ବାବଦରେ ସେମାନେ ଜନସଚେତନତା ସୃଷ୍ଟି କରିବେ । ଖିଲାପକାରୀଙ୍କ ବିରୋଧରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ-୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.