ଏସସିବି କ୍ୟାମ୍ପସ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ଏମସ ପ୍ଲସ ପ୍ରୋଜେକ୍ଟର କଲେ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଏସସିବି ଏମସ ପ୍ଲସ ପ୍ରୋଜେକ୍ଟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଏସସିବି କ୍ୟାମ୍ପସ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ରୋଗୀମାନଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କଲେ। ଏସସିବିରେ ଆଧୁନିକୀକରଣ ହୋଇଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବୁଲି ଦେଖିଲେ। ରୋଗୀଙ୍କ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଇକମୋ ଚିକିତ୍ସା ବ୍ୟବସ୍ଥା, ରୋଗୀମାନଙ୍କ ରେଜିଷ୍ଟ୍ରେସନ ବ୍ୟବସ୍ଥା, ହେଲ୍ପ ଡେସ୍କ, ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଲେ।

suresh mahapatra

ଏସସିବି କ୍ୟାମ୍ପସର ସବୁଜିମାକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ତଦାରଖ କଲେ। ବିଭିନ୍ନ ବିଭାଗର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପକରଣ ମଧ୍ୟ ତଦାରଖ କଲେ। ମୁଖ୍ୟ ଶାସନ ସଚିବଙ୍କ ପରିଦର୍ଶନ ସମୟରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ଏସସିବି ଅଧ୍ୟକ୍ଷ ଡ଼କ୍ଟର ଦତ୍ତେଶ୍ୱର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.