ଇମ୍ୟୁନିଟି ବଢ଼ାଇବା ସହ ଓଜନ କମାନ୍ତୁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ଆଶ୍ଚର୍ଯ୍ୟ ଫାଇଦା ଦିଏ କମଳା

ଶୀତ ଦିନେ ଖଟା ରସାଳ ଫଳ ଖାଇବା ବହୁତ ଲାଭକାରୀ ହୋଇଥାଏ । ଏହି ଦିନରେ ଫଳ ମଧ୍ୟରେ କମଳା ଶରୀର ପାଇଁ ସବୁଠୁ ଭଲ କାମ କରିଥାଏ । ଶୀତ ଦିନେ ଆମର ଇମ୍ୟୁନିଟି କମି ଯାଇଥାଏ । ଚର୍ମ ଫିକା ପଡ଼ିଯିବା ସହ ହଜମ ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । କମଳା ଏପରି ଫଳ ଶରୀରକୁ ସୁସ୍ଥ ରଖିବା ସହ ଉଜ୍ଜ୍ୱଳ ତ୍ୱଚା ମଧ୍ୟ ଦେଇଥାଏ । ଆସନ୍ତୁ ଜାଣିବା ଶୀତ ଦିନରେ କମଳାର ଅନ୍ୟ ଫାଇଦା ।

ଓଜନ କମାଇଥାଏ :

କମଳାରେ ବହୁତ ଫାଇବର ଥିବାରୁ ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ହଜମ କ୍ରିୟାକୁ ମଜବୁତ କରିଥାଏ । ଏହା ଓଭର ଇଟିଂ ହାବିଟରୁ ବଞ୍ଚାଇ ଥାଏ । ଏଥିପାଇଁ ଶରୀରରେ କ୍ୟାଲୋରୀ ମାତ୍ରା କମ ହୋଇଥାଏ ଓ ଶରୀରର ଓଜନ ହ୍ରାସ ପାଇଥାଏ ।

ଇମ୍ୟୁନିଟି ଓ ତ୍ୱଚ୍ଚା ପାଇଁ ଲାଭାକାରୀ :

ଥଣ୍ଡା ଦିନେ ଚର୍ମ, ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ର ଖରାପ ହୋଇଥାଏ । କମଳାରେ ଥିବା ଭିଟାମିନ ସି ଶରୀରରେ କିଛି କିଟାଣୁକୁ ରୋକିବାରେ କାମ କରିଥାଏ ଓ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ । ଏହା ଶରୀରକୁ ଯବାନ କରିବାରେ ସହାୟକ ହୋଇଥାଏ ।

ସର୍ଦ୍ଦି ଓ କାସରୁ ରକ୍ଷା କରିଥାଏ :

ଥଣ୍ଡା ଓ କାସରୁ ରକ୍ଷା ପାଇବାର ସବୁଠୁ ଭଲ ତରିକା ଥଣ୍ଡା ଦିନେ ପ୍ରଚୁର ମାତ୍ରାରେ କମଳା ଖାଇବା । ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ବଢ଼ିବା ସହ ରୋଗ ପ୍ରତରୋଧ କରି ଆପଣଙ୍କୁ ସୁସ୍ଥ ରଖିଥାଏ । ସର୍ଦ୍ଦି ଓ କାସ ପାଇଁ ଭିଟାମିନ ସି ଭଲ କାମ କରିଥାଏ ଯାହା କମଳାରେ ପ୍ରଚୁର ମାତ୍ରାରେ ମିଳିଥାଏ ।

ହାର୍ଟ ପାଇଁ ମଧ୍ୟ ଭଲ :

ଆମେରିକା ହାର୍ଟ ଆସୋସିଏସନ ଗବେଷଣା ଅନୁଯାୟୀ ଖଟା ଫଳ ବିଶେଷକରି କମଳା ଓ ଅଂଗୁର ଖାଇବା ଦ୍ୱାରା ହାର୍ଟ ଷ୍ଟ୍ରୋକ ଆଶଙ୍କା କମ ହୋଇଥାଏ । କୁହାଯାଏ କମଳାରେ ଥିବା ପ୍ଲୋବୋନାଇଡସ ହାର୍ଟ ରୋଗରୁ ରକ୍ଷା କରିଥାଏ ।

କିଡନୀ ଷ୍ଟୋନ ଆଶଙ୍କା କମାଇ ଥାଏ :

ପରିସ୍ରାରେ ସାଇଟ୍ରେଟ ଅଭାବରୁ କିଡନୀ ଷ୍ଟୋନ ହୋଇପାରେ । ସାଇଟ୍ରେଟ ଏକ ସାଇଟ୍ରିକ ଏସିଡ ହୋଇଥାଏ ଯାହା ସାଧାରଣତଃ କମଳା ଭଳି ଖଟା ଫଳରେ ଥାଏ । ଛୋଟ ଷ୍ଟୋନ ହୋଇଥିବା ରୋଗୀକୁ ପ୍ରତିଦିନ ୧ ଗ୍ଲାସ କମଳା ବା ସନ୍ତରା ରସ ପିଇବାକୁ କୁହାଯାଇଥାଏ । ପରିସ୍ରାରେ ସାଇଟ୍ରେଟ ମାତ୍ରା ବଢ଼ିଲେ ଷ୍ଟୋନ ଆଶଙ୍କା କମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.