ସାବଧାନ ! ଭୁବନେଶ୍ବରରେ ମାତିଛନ୍ତି ପିଲା ଚୋର, ବଡ଼ଗଡ଼ ଥାନା ଅଞ୍ଚଳରୁ ଅପହରଣକାରୀ ମହିଳା ଅଟକ

ଭୁବନେଶ୍ବର(କେନ୍ୟୁଜ୍): ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣା । ଅପହରଣକାରୀ ମହିଳା ପୁଲିସ ଦ୍ୱାରା ଅଟକ। ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଲା ପୁଲିସ।  ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାଇଁ ସେନେଇ ଖୋଳତାଡ଼ କରୁଛି ପୁଲିସ, ତେବେ କେଉଁଥି ପାଇଁ ଛୁଆଟିକୁ ନେଇ ମହିଳା ଉଭାନ ହୋଇଯାଇଥିଲା ଏବଂ କାହିଁକି ଲୁଚାଇ ରଖିଥିଲା ସେନେଇ ତଦନ୍ତ ଚାଲିଛି ।

ହାଇଦ୍ରାବାଦରୁ ଆସିଥିବା ମହିଳା ଏଠି କଣ କରୁଥିଲେ ସେନେଇ ତଦନ୍ତ ଚାଲିଛି । ଏହା ଏକ ବଡ଼ ରାକେଟ ବୋଲି ପୁଲିସ କହୁଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଏହାର ପର୍ଦ୍ଦାଫାସ ହେବ। ଗତକାଲି ଛୁଆ ଚୋରୀ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ।