ଏହି କରଦାତାଙ୍କ ପାଇଁ ଆଇଟିଆର୍‌ ଫାଇଲିଂର ଶେଷ ସୁଯୋଗ, ଜାଣନ୍ତୁ କେବେ ଡେଡ୍‌ ଲାଇନ୍‌

ନୂଆଦିଲ୍ଳୀ : ଯଦି ଆପଣ ଆଇଟିଆର୍‌ ଫାଇଲ କରୁଛନ୍ତି ଓ ଆପଣଙ୍କ ଆକାଉଣ୍ଟ ଅଡିଟ ହେଉଛି ତେବେ ଡେଡ ଲାଇନ୍‌ ପାଖେଇ ଆସୁଛି । ୭ ନଭେମ୍ବର ୨୦୨୨ ଅଡିଟେଡ ଆକାଉଣ୍ଟସ ପାଇଁ ଆଇଟିଆର ଫାଇଲ କରିବାର ଶେଷ ତାରିଖ । ସାଧାରଣ କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୨ ଥିଲା ।

ସାଧାରଣ କରଦାତାମାନଙ୍କୁ ଏହି ବର୍ଷ ୨୦୨୨-୨୩ ପାଇଁ ଗୋଟିଏ ଦିନ ବି ଆଇଟିଆର ଫାଇଲ କରିବାର ସମୟ ବଢ଼ିଲା ନାହିଁ । ହେଲେ ଯେଉଁମାନଙ୍କର ଅଡିଟ ଆବଶ୍ୟକ ସେମାନଙ୍କ ପାଇଁ ଫାଇଲ କରିବାର ଶେଷ ତାରିଖ ୭ ଦିନ ବଢ଼ାଯାଇଛି ଅର୍ଥାତ ୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ ଏହା ୩୧ ଅକ୍ଟୋବର ଯାଏ ଥିଲା ।

୭ ନଭେମ୍ବର ଶେଷ ତାରିଖ

ସିବିଡିଟି ତାର ସର୍କୁଲାର ରେ କହିଛି କି କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ଆୟକର ଅଧିନିୟମ ୧୯୬୧ ଧାରା ୧୧୯ ଅନୁଯାୟୀ ଏହି ତାରିଖକୁ ବଢ଼ାଇଛି । ଏହାକୁ ୩୧ ଅକ୍ଟୋବର ୨୦୨୨ ରୁ ୦୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ବଢ଼ାଇଛି ।

ଅକ୍ଟୋବରରେ ଲଗାତାର ହୋଇଥିବା ଛୁଟି ଯୋଗୁ ଆଇଟିଆର ଫାଇଲ କରିବାର ତିଥିକୁ ବଢ଼ାଇବା ଜରୁରୀ ହୋଇପଡିଥିଲା । ସରକାର ଚଳିତ ବର୍ଷ ଆଇଟିଆର ଫାଇଲ କରିବାର ଶେଷ ତାରିଖକୁ ନେଇ ବହୁତ ଶକ୍ତ ଥିଲା । ବହୁ ଦାବି ପରେ ମଧ୍ୟ ଚଳିତ ବର୍ଷ ସାଧାରଣ କରଦାତାଙ୍କ ପାଇଁ କୌଣସି ସମୟ ବଢ଼ାଯାଇ ନଥିଲା । ସୂଚନାଯୋଗ୍ୟ, ଅର୍ଥ ମନ୍ତ୍ରଣାଳୟ ସବୁ ପ୍ରକାର କରଦାତାଙ୍କ ପାଇଁ ଗୋଟିଏ ଫର୍ମ ଜାରି କରିବାକୁ ଚିନ୍ତା କରୁଛି । ଏଥିପାଇଁ ସବୁ ହିତଧାରୀଙ୍କ ଠାରୁ ୧୫ ଡିସେମ୍ବର ମଧ୍ୟରେ ତାଙ୍କର ମତ ଆହ୍ଵାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.