ଦୁର୍ନୀତିକୁ ଧରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଗବେଷଣା କରନ୍ତୁ: ନାଇଜର ଛାତ୍ର ଛାତ୍ରୀଙ୍କୁ ଆହ୍ଵାନ ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ 

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତିକୁ ରୋକିବା, ଦୁର୍ନୀତିକୁ ଧରିବା ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଗବେଷଣା କରିବା ପାଇଁ ଭୁବନେଶ୍ଵର ନାଇଜର ଛାତ୍ର ଛାତ୍ରୀଙ୍କୁ ଆହ୍ଵାନ ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ କେ ଜେଠୱା । ଭୁବନେଶ୍ୱର ନାଇଜରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜେଠୱା ଯୋଗଦେଇ କହିଥିଲେ ଯେ, ବିଶ୍ୱ ଅର୍ଥନୈତିକ ଫୋରମର ହିସାବ ଅନୁଯାୟୀ, ଗ୍ଲୋବାଲ ଜିଡିପିର ୫ ପ୍ରତିଶତ ହେଉଛି ଦୁର୍ନୀତି ।

ସେ ଆହୁରି ମଧ୍ୟ କହିଥିଲେ, ଦୁର୍ନୀତି ସମାଜରେ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଛି । ତେଣୁ ଦୁର୍ନୀତିକୁ ସମାଜରୁ ମୂଳୋତ୍ପାଟନ କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.