ବାଲ୍ୟ ବିବାହକୁ ବନ୍ଦ କଲା ଉଦଳା ଥାନା ପୋଲିସ

ମୟୂରଭଞ୍ଜ (କେନ୍ୟୁଜ୍) : ଉଦଳା ଥାନା ଅଂଚଳରେ ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ପୋଲିସ । ରାଢୋ ଗାଁରେ ନାବାଳିକା ଜଣଙ୍କୁ ତାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ। ପୋଲିସ ଖବର ପାଇଁ ନାବାଳିକାଙ୍କ ଘରେ ପହଞ୍ଚିଥିଲା। ଝିଅର ଜନ୍ମ ପ୍ରମାଣ ପତ୍ର ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏହାସହ ଉତ୍ତରପ୍ରଦେଶର ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ଝିଅର ପରିବାର ଲୋକଙ୍କୁ ପୋଲିସ ବୁଝାସୁଝା କରାଇଥିଲା।