Below header

କିଟ୍ ନହ୍ନିପରି ଲିଟିଲ ମିସ୍ ଇଣ୍ଡିଆ-୨୦୧୮ର ମୁକୁଟ ପିନ୍ଧିଲେ ଲକ୍ଷ୍ନୌର ଶୁଭାଙ୍ଗୀ ଦ୍ୱିବେଦୀ

ଭୁବନେଶ୍ବର (କେନ୍ୟୁଜ୍) : ଲକ୍ଷ୍ନୌର ଶୁଭାଙ୍ଗୀ ଦ୍ୱିବେଦୀ ପିନ୍ଧିଲେ କିଟ୍ ନହ୍ନିପରି ଲିଟିଲ ମିସ୍ ଇଣ୍ଡିଆ-୨୦୧୮ର ମୁକୁଟ । ନହ୍ନୀପରୀ ମୁକୁଟ ସହ ତିନି ଲକ୍ଷ ଟଙ୍କାର ପୁରସ୍କାର ପାଇଛନ୍ତି । ଦିଲ୍ଲୀର ୟେସିକା ସିଂ ହୋଇଛନ୍ତି ପ୍ରଥମ ରନର୍ସ ଅପ୍ । ତୃତୀୟରେ ରହିଛନ୍ତି ଅମୃତସରର ମୀରା ସିଂ । କିଟ କ୍ୟାମ୍ପସରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀ ନିଜର ଜଲଓ୍ଵା ଦେଖାଇଥିଲେ । ୧୩ରୁ ୧୬ ବର୍ଷ ବୟସର ପ୍ରତିଯୋଗୀମାନେ ନାଚ, ଗୀତ, କ୍ୟାଟ ୱାକର ଜଲୱା ଦେଖାଇଥିଲେ । ଜୁରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । କିଟ୍, କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବିଜୟୀ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଥିଲେ ।

ବିଭିନ୍ନ ବିଭାଗରେ ବଛା ଯାଇଥିବା ନହ୍ନିପରିଙ୍କ ପାଇଁ ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା । ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା କିଟ୍ ନହ୍ନିପରି ଲିଟିଲ ମିସ ଇଣ୍ଡିଆର ମୂଳ ଲକ୍ଷ୍ୟ । ୨୦୦୧ ମସିହାରେ କେନ୍ଦୁଝର ସହରରୁ ନହ୍ନପିରୀ କିଟ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ମଳୟ ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଦୀର୍ଘ ୧୮ ବର୍ଷ ଧରି ଡକ୍ଟର ସାମନ୍ତ ଏହାର ମୁଖ୍ୟ ପୃଷ୍ଠପୋଷକ ରହିଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.