ରାୟଗଡ଼ା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ

ରାୟଗଡ଼ା (କେନ୍ୟୁଜ୍) : କଲ୍ୟାଣସିଂହପୁର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଚାନ୍ଦିଲି ପୋଲିସ ଷ୍ଟେସନ ପେଣ୍ଟା ଛକ ନିକଟରେ ଗଛକୁ ଧକ୍କା ଦେଇଛି ବୋଲେରୋ । ଘଟଣାରେ ଆହତ ୨ ଗୁରୁତରଙ୍କୁ ରାଇଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରୁ ୨ଜଣ ଡେଙ୍ଗାଗୁଡାର ହୋଇଥିବା ବେଳେ କାଶୀପୁର ଓ ମିନ୍ଦୁଗାଁର ଜଣେ ଲେଖାଁଏ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଚଇତି ମହୋତ୍ସବ ଦେଖି ଫେରୁଥିବା ବେଳେ ଏହି ଅଘଟନ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.