ଓଡିଶା ଆଡ଼କୁ ମୁହାଁଇପାରେ ଚୀନର ସାମୁଦ୍ରିକ ଝଡ଼ ‘‘ଡିଆଁମୁ’’, ମିଆଁମାର ନିକଟରେ ପହଞ୍ଚିବା ପରେ ସ୍ପଷ୍ଟ ସୂଚନା ମିଳିବ

କେନ୍ୟୁଜ୍(ବ୍ୟୁରୋ): ଦକ୍ଷିଣ ଚୀନ ସାଗରରେ ବାତ୍ୟା ଡିଆଁମୁ। ଆଇଏମ୍‌ଡି ଡିଜିଙ୍କ ସୂଚନା, ଓଡ଼ିଶାକୁ ମୁହାଁଇପାରେ ଏହି ବାତ୍ୟାର ଅବଶିଷ୍ଟାଂଶ। ଡିଆଁମୁର ଅବଶିଷ୍ଟାଂଶ ଯୋଗୁଁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଯାହା ଓଡ଼ିଶା ମୁହାଁ ହୋଇପାରେ।

ବାତ୍ୟା ଡିଆଁମୁ ମିଆଁମାର ନିକଟରେ ପହଞ୍ଚିବା ପରେ ହିଁ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଏମ୍‌ଡି ଡିଜି କହିଛନ୍ତି। ଏତିକି ସ୍ପଷ୍ଟ ହୋଇଛି କାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ପରେ ଆଉ ଏକ ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.