ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ୨୫ରେ କରିବେ ଜଗା ଦର୍ଶନ
କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍.ଭି ରମଣା ।କାଲି ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୨୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିରରେ ଜିଉଙ୍କୁ ଦର୍ଶନ କରିବେ ପ୍ରଧାନ ବିଚାରପତି ।
ଏହି ଅବସରରେ ଶନିବାର ପୂର୍ବାହ୍ଣ ୧୧ଟା ୧୦ରେ ଆଇନ ସେବା ଭବନର ଉଦ୍ଘାଟନ କରିବେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନବିଚାରପତି । ୨୫ ତାରିଖ ରାତିରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।