ଭାରତ ମୋଟର୍ସ ଉପରେ ୨୨ କୋଟି ୭୬ ଲକ୍ଷ ଟଙ୍କା ଏଣ୍ଟ୍ରି ଟ୍ୟାକ୍ସ ବାକି, ଚଢ଼ାଉ କଲା ସିଟି ଜିଏସଟି

ଭୁବନେଶ୍ବର(କେନ୍ୟୁଜ୍): ଭାରତ ମୋଟର୍ସର ଗାଡ଼ି ହୋଇପାରେ ନିଲାମ । ସୂଚନା ଦେଲେ ସିଟି ଜିଏସ୍‌ଟି କମିଶନର ଉମେଶ ଚନ୍ଦ୍ର ତ୍ରିପାଠୀ । ଭାରତ ମୋଟର୍ସ ଉପରେ ୨୨ କୋଟି ୭୬ ଲକ୍ଷ ଟଙ୍କା ଏବଂ ଶ୍ରୀ ଭାରତ ମୋଟର୍ସ ଉପରେ ୧୫ କୋଟି ୭୧ ଲକ୍ଷ ଟଙ୍କା ଏଣ୍ଟ୍ରି ଟ୍ୟାକ୍ସ ବାବଦରେ ବାକି ରହିଛି । ୨୦୦୮ରୁ ୨୦୧୭ ମସିହା ମଧ୍ୟରେ ଏହି ଟିକସ ବକେୟା ରହିଛି ।

bharat moters

୨୦୨୦ ମସିହା ଜାନୁଆରୀ ଓଡ଼ିଶା ହାଇକୋର୍ଟ ଏକ ରାୟରେ ୭ଟି କିସ୍ତିରେ ବକେୟା ଟିକସ ଦାଖଲ ପାଇଁ କହିଥିଲେ । ତଥାପି ଭାରତ ଓ ଶ୍ରୀଭାରତ ମୋଟର୍ସ ପକ୍ଷରୁ ସଂପୂର୍ଣ୍ଣ କିସ୍ତି ପଇଠ କରାଯାଇନାହିଁ । ଏଥିପାଇଁ ଭୁବନେଶ୍ୱର କଟକ ରୋଡ଼, ମଞ୍ଚେଶ୍ୱର, ପାହାଳରେ କଂପାନୀ ସୋରୁମ୍‌ରେ ସିଟି ଜିଏସ୍‌ଟି ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଉଛି । ନିର୍ଦ୍ଦିଷ୍ଟ ସମୟରେ ବକେୟା ଟିକସ ପଇଠ ନକଲେ ସୋରୁମ୍‌ରେ ଥିବା ଗାଡ଼ିଗୁଡ଼ିକୁ ନିଲାମ କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.