ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ, ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧ କୋଟି ୫୦ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଓ ଡେଲାଙ୍ଗ ପାଇଁ ୬୮ କୋଟିର ପ୍ରକଳ୍ପ । ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସ୍‌ଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ ପାଇଁ କାମ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ୧୯୩୮ ମସିହାରେ ଗାନ୍ଧିଜୀ ଡେଲାଙ୍ଗର ବେରୋବୋଇ ଆସିଥିଲେ ।

ଗାନ୍ଧିଜୀଙ୍କ ଆଦର୍ଶ ସବୁବେଳେ ବିଶେଷକରି ବର୍ତ୍ତମାନ ସମୟରେ ଖୁବ ଜରୁରୀ । ବେରବୋଇରେ ଏକ ଆଦର୍ଶ ବିଦ୍ୟାଳୟ ତଥା ଗାନ୍ଧିଜୀଙ୍କ ସ୍ମୃତିପୀଠର ବିକାଶ ପାଇଁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । କାର୍ଯ୍ୟକ୍ରମରେ ପିପିଲି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତି ଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ପିପିଲି ଓ ଡେଲାଙ୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।

ମହିଳାଙ୍କ ବିକାଶ ଓ ଚାଷୀଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନିଆଯାଉଛି । ବିକାଶ ଉପରେ ଆମ ସମସ୍ତଙ୍କର ଅଧିକାର ରହିଛି । ଗରିବଙ୍କ ମୁହଁରେ ହସ ତାଙ୍କୁ ସବୁାରୁ ଅଧିକ ସନ୍ତୋଷ ଦେଇଥାଏ । ପିପିଲି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧ କୋଟି ୫୦ ଲକ୍ଷ ଟଙ୍କା । ନୂତନ ହସ୍ତଶିଳ୍ପ ଭେଣ୍ଡିଂ  ମାର୍ଟ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଟାଉନ୍ ହଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧ କୋଟି ଏବଂ ଭୁବନାନନ୍ଦ ପୁଷ୍କରିଣୀ ପୁର୍ନରୁଦ୍ଧାର ଓ ଉନ୍ନତି ପାଇଁ ୨ କୋଟି ଖର୍ଚ୍ଚ କରାଯିବ । ଓ୍ଵାଟର ପାଇପ୍ ଲାଇନ୍ ସଂପ୍ରସାରଣ ପାଇଁ ୭ କୋଟି ଓ ୭୫ ଲକ୍ଷ ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଶବଦାହ କେନ୍ଦ୍ର । ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଠାରେ ଦୁଇଟି ସଭାର ଆୟୋଜନ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.