ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ କଂଗ୍ରେସରେ ମିଶିବେ କ୍ରିକେଟର ମନୋଜ ତିଓ୍ଵାରୀ

କ୍ରିକେଟର ମନୋଜ ତିଓ୍ଵାରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହେବେ। ତିଓ୍ଵାରୀ ହୁଗଳିରେ ଆୟୋଜନ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ର‍୍ୟାଲିରେ ସାମିଲ ହୋଇପାରନ୍ତି। ହାଓ୍ଵଡାରେ ଜନ୍ମିତ ମନୋଜ ତିଓ୍ଵାରୀ ଭାରତୀୟ କ୍ରିକେଟ ଟିମ୍‌ରେ ୨୦୦୮ ମସିହାରେ ଡେବ୍ୟୁ କରିଥିଲେ ଏବଂ ସେ ଟିମ୍‌ ଇଣ୍ଡିଆ ପାଇଁ ଶେଷ ଓ୍ଵାନ୍‌ ଡେ ମ୍ୟାଚ୍‌ ୨୦୧୫ ଜୁଲାଇରେ ଖେଳିଥିଲେ।

୩୫ ବର୍ଷୀୟ ମନୋଜ ତାଙ୍କ କ୍ରିକେଟ କ୍ୟାରିୟରରେ ୧୨ ଦିନିକିଆ, ୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ମ୍ୟାଚ୍‌ରେ ସେ ମୋଟ ୨୮୭ ରନ୍‌ କରିଥିବା ବେଳେ ଟି୨୦ରେ ୧୫ ରନ୍‌ କରିଛନ୍ତି। କହି ରଖୁଛୁ, ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ-ମେ’ ମାସରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏମିତି ସମୟରେ ମନୋଜ ତିଓ୍ଵାରୀ ଟିଏମ୍‌ସିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.