ପୁରୀର ଏକ ଗଳିରେ ହଠାତ୍‌ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌, ଆଉ ତା ପରେ…

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ । କୁନି କୁନି ପିଲାଙ୍କୁ ଦେଖି ଅଟକିଥିଲେ । ଛୋଟ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ୍‌ ସହ କାଜୁ ପ୍ୟାକେଟ୍‌ ଭେଟି ଦେଇଥିଲେ ।

ପୁରୀ(କେନ୍ୟୁଜ୍):  ରଥଯାତ୍ରାରେ ଯୋଗ ଦେଇ ଫେରିବା ବାଟରେ ପୁରୀର ଏକ ଗଳିରେ ହଠାତ୍‌ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ । କୁନି କୁନି ପିଲାଙ୍କୁ ଦେଖି ଅଟକିଥିଲେ । ଛୋଟ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ୍‌ ସହ କାଜୁ ପ୍ୟାକେଟ୍‌ ଭେଟି ଦେଇଥିଲେ । ଯାହାକୁ ସାଦରେ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ଦେଖି ଭାରି ଖୁସି ହୋଇଥିଲେ ସ୍ଥାନୀୟ ଲୋକ । ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କାମନା କଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.