Below header

ବୋରୱେଲରୁ ନବଜାତକ ଉଦ୍ଧାର ପରେ ଆଶ୍ଵସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତିଟି ଜୀବନ ମୂଲ୍ୟବାନ

ବୋରୱେଲରୁ ନବଜାତକ ଉଦ୍ଧାର ପରେ ଆଶ୍ଵସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ, ଓଡ୍ରାଫ୍ , ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଲେ । ଶିଶୁର ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଜୀବନ ମୂଲ୍ୟବାନ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବଲପୁର(କେନ୍ୟୁଜ): ବୋରୱେଲରୁ ନବଜାତକ ଉଦ୍ଧାର ପରେ ଆଶ୍ଵସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ, ଓଡ୍ରାଫ୍ , ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଲେ । ଶିଶୁର ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଜୀବନ ମୂଲ୍ୟବାନ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନା ଥାଉକି, ଗତକାଲି ବୋରୱେଲରୁ ଜୀବିତ ଉଦ୍ଧାର ହୋଇଥିଲା ନବଜାତକ ଶିଶୁକନ୍ୟା। ସାର୍ଥକ ହୋଇଥିଲା ଦୀର୍ଘ ୮ ଘଣ୍ଟାର ପରିଶ୍ରମ। ଉଦ୍ଧାର ପାଇଁ ପ୍ରଶାସନ ଲାଗଇଦେଲା ପୁରା ଦମ୍। ଲୁହା ପାଇପକୁ ଆରିରରେ କାଟି ଶିଶୁକୁ ଭିଡ଼ି ଆଣିଥିଲେ। ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଭୟ ଅଗ୍ନିଶମ ଓ ଓଡ୍ରାଫ୍ ଟିମର ମିଳିତ ଉଦ୍ୟମ ପରେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଥିଲା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲାରିପାଲି ଗାଁରେ। ଏହି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ପଡିଥିଲା ନବଜାତକଟି। ୧୬ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଥିଲା କଅଁଳା ଜୀବନ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ ଜାରି ରହିଥିଲା ଉଦ୍ୟମ ।

ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ସମସ୍ତଙ୍କ ଉଦ୍ୟମରେ ଶିଶୁଟିର ଉଦ୍ଧାର କରାଯାଇଛି । ରେସକ୍ୟୁ ଅପରେସନ୍ ବେଳେ ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ଶହେ ୱାଟର ବଲ୍ ପଠାଯାଇଥିଲା । ସାମାନ୍ୟ ଉଷୁମ ଲାଗିଲା ପରେ ବୋରୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଏହାପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଟିମ୍। ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.