ମୋ’ ସରକାର କାର୍ଯ୍ୟକ୍ରମ ପ୍ରାକପ୍ରସ୍ତୁତି, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(କେନ୍ୟୁଜ୍): ପୋଲିସ ପରେ ଡାକ୍ତରଙ୍କ ପାଳି। ରୋଗୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ। ରୋଗୀ ହେଉଛନ୍ତି ହସ୍ପିଟାଲର ମୁଖ୍ୟ। ପ୍ରତିଦିନ ୧୦ଜଣ ରୋଗୀଙ୍କ ଠାରୁ ହସ୍ପିଟାଲରେ ଚିକିତ୍ସା ବାବଦରେ ମତାମତ ନିଆଯିବ। ମତାମତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ ୫୧୪ କୋଟି ଟଙ୍କା ଥିବା ବେଳେ ଏବେ ତାହା ୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ରାଜ୍ୟରେ ତିନୋଟି ସରକାରୀ ମେଡିକାଲ କଲେଜରୁ ଏବେ ୭ଟି ମେଡିକାଲ କଲେଜ ଖୋଲିଲାଣି। ଖୁବଶୀଘ୍ର ୧୨ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଲୋକସେବା ଭବନରେ ମୋ ସରକାର କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। କେତେକ ଜାଗାରେ ବିଶେଷକରି ବ୍ଲଡ଼ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାୟାଲିସିସ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି।
ରୋଗୀଙ୍କୁ ଏହି ସୁବିଧା ଉପଲବ୍ଧ କରିବା ଦିଗରେ ବାଧା ସୃଷ୍ଟି କରୁଥିବା ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏ ଦିଗରେ ଏସପିମାନେ ସହଯୋଗ କରିବା ପାଇଁ କହିଛନ୍ତି । ସବୁ ଜିଲ୍ଲାପାଳ, ଏସପି, ସିଡିଏମଓ ଓ ଅନ୍ୟ ଡାକ୍ତରଙ୍କ ସହିତ ଭିଡିଓ କନଫେରେନ୍ସିଂରେ ଆଲୋଚନା କରି ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ନବୀନ ପରାମର୍ଶ ଦେଇଛନ୍ତି। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । 5-Tକୁ ଆଧାର କରି ସରକାର ଏହାକୁ ଆରମ୍ଭ କରିବେ । ଏନେଇ ପୂର୍ବରୁ ପୋଲିସ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ