ଅଜବ ପ୍ରଥା: ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପରସ୍ପର ଉପରକୁ ଫିଙ୍ଗନ୍ତି ନିଆଁ
ମାଙ୍ଗାଲୋରର କୈଥଲରେ ରହିଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ‘ଦୁର୍ଗା ପରମେଶ୍ୱରୀ ମନ୍ଦିର’ ନାଁରେ ଜଣାଶୁଣା। ଏଠାରେ ଏମିତି ଏକ ପରମ୍ପରା ରହିଛି, ଯେଉଁଥିରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପରସ୍ପର ଉପରକୁ ଫିଙ୍ଗିଥାଆନ୍ତି ନିଆଁ। ଭକ୍ତମାନେ ନିଜ ଜୀବନକୁ ଏଥିରେ ବାଜି ଲଗାଇ ଦେଇଥାଆନ୍ତି। କହି ରଖୁଛୁ କି, ଏହା ଏକ ଉତ୍ସବ ଭାବେ ପାଳିତ ହୋଇଆସୁଛି, ଯାହାକି ୮ଦିନ ଧରି ଚାଲିଥାଏ।
ପରମ୍ପରାର ନାଁ ‘ଅଗ୍ନି କେଲି’
ସ୍ଥାନୀୟ ଲୋକଙ୍କ କହିବା ହେଲା, ଏହି ପ୍ରଥା ଆଜିକାଲିର ନୁହେଁ, କେଉଁ ପ୍ରାଚୀନ କାଳରୁ ଏହା ପ୍ରଚଳିତ ରହିଛି। ଏହାକୁ ‘ଅଗ୍ନି କେଲି’ ନାଁ ଦିଆଯାଇଛି। ସୂଚନା ମୁତାବକ, ଏହି ଖେଳ ଦୁଇଟି ଗାଁ ଆତୁର ଓ କଲତୁର ଲୋକଙ୍କ ମଧ୍ୟରେ ଖେଳାଯାଇଥାଏ। ମନ୍ଦିରରେ ପ୍ରଥମେ ମା’ଙ୍କ ଶୋଭାଯାତ୍ରା ବାହାରିଥାଏ। ଏହାପରେ ସମସ୍ତେ ପୋଖରୀରେ ଗାଧୋଇ ଅଲଗା ଅଲଗା ଦଳ ଗଢ଼ିନିଅନ୍ତି। ନିଜ ନିଜ ହାତରେ ନଡ଼ିଆ ଛାଲରେ ପ୍ରସ୍ତୁତ ମଶାଲ ନେଇ ଜଣେ ଅନ୍ୟ ଜଣଙ୍କ ବିପରୀତରେ ଛିଡ଼ା ହୁଅନ୍ତି। ଏହାପରେ ମଶାଲ ଜଳାଇ ପରସ୍ପର ଉପରକୁ ନିଆଁ ଫିଙ୍ଗନ୍ତି। ଏହି ଖେଳ ପାଖାପାଖି ୧୫ ମିନିଟ୍ ପଯ୍ୟର୍ନ୍ତ ଚାଲିଥାଏ। ଜଣେ ଭକ୍ତ ମାତ୍ର ୫ ଥର ଜଳନ୍ତା ମଶାଲକୁ ଫିଙ୍ଗିପାରିବ। ଶେଷରେ ସେ ମଶାଲକୁ ଲିଭାଇ ସେଠାରୁ ଚାଲିଆସିଥାଏ।
ଏହାସହ ପଢ଼ନ୍ତୁ: ଏହି କବର ସ୍ଥାନରୁ ବାହାର କରାଗଲା ୬,୫୦୦ କଙ୍କାଳ, କାରଣ ଜାଣିଲେ ହୋଇଯିବେ ଚକିତ!
ଏହି ହେଉଛି ଲୋକ ବିଶ୍ୱାସ
ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଭୟାନକ ନିଆଁ ଖେଳ ଖେଳାଯାଇଥାଏ। କିନ୍ତୁ ଏହା ପଛରେ ଏକ ମାନ୍ୟତା ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କୁ ଆର୍ଥିକ କିମ୍ବା ଶାରୀରିକ ସମସ୍ୟା ରହିଥାଏ, ସେ ଏହି ଖେଳରେ ସାମିଲ ହେଲେ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ। ଦୂର ଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେବାକୁ ଆସିଥାଆନ୍ତି।
ବିଦେଶରେ ମଧ୍ୟ କରନ୍ତି ମା’ଙ୍କ ଗୁଣଗାନ
ଏହି ସ୍ୱତନ୍ତ୍ର ମନ୍ଦିରରେ ଏକ ରଙ୍ଗମଞ୍ଚ କେନ୍ଦ୍ର ରହିଛି, ଯେଉଁଠି ମା’ ଦୁର୍ଗା ପରମେଶ୍ୱରୀଙ୍କର ଅଲଗା ଅଲଗା ରୂପର ବର୍ଣ୍ଣନା କରାଯାଇଥାଏ। ଏହାର ମଞ୍ଚ ଉପସ୍ଥାପନା କରାଯାଏ। କହି ରଖୁଛୁ କି, ଏହି ନାଟକ ବହୁତ ଅଦ୍ଭୁତ ଅଟେ। ନଭେମ୍ବରରୁ ଏହା ଆରମ୍ଭ ହୋଇଥାଏ ଏବଂ ମେ ପଯ୍ୟର୍ନ୍ତ ଭାରତ ଛଡ଼ା ବିଦେଶରେ ବି ମା’ଙ୍କ ସ୍ୱରୂପ ବର୍ଣ୍ଣନା କରାଯାଏ।