ସୀମାରେ ଭାରତୀୟ ସେନା ପୁରା ସଜାଗ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ: ରାଜନାଥ ସିଂହ

କେନ୍ୟୂୁଜ୍(ବ୍ୟୁରୋ):  ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ସୀମାରେ ଭାରତୀୟ ସେନା ପୁରା ସଜାଗ ରହିଛି। ଯେକୌଣସି ପ୍ରକାରର ଅଘଟଣକୁ ଏଡେଇବା ଲାଗି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ ସୀମାରେ ଆତଙ୍କୀ କ୍ୟାମ୍ପ ସକ୍ରିୟ ହୋଇଉଠିଥିବା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥି ସିଂହ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦୁଇ ଦିନ ତଳେ ସେନା ମୁଖ୍ୟ ଜେନେରାଲ ବିପିନି ରାୱତ କହିଥିଲେ, ଭାରତ– ପାକ ସୀମାବର୍ତ୍ତି ଅଂଚଳରେ ମୁଖ୍ୟତଃ ବାଲାକୋଟରେ ଆତଙ୍କୀ କ୍ୟାମ୍ପ ପୁଣି ଥରେ ସକ୍ରିୟ ହୋଇଉଠିଛି। ପ୍ରାୟ ୫ଶହ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ରାଜନାଥ। କୋଷ୍ଟଗାର୍ଡର ବରାହ ଯୁଦ୍ଧ ଜାହଜ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଚେନ୍ନାଇ ଗସ୍ତରେ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ସଂପର୍କରେ ସୂଚନା ଦେଇଛନ୍ତି।