ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ ମୃତ ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍): କଟକରେ ଛତ୍ରବଜାରରେ ଅଘଟଣ। ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୨ମୃତ। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ଉନ୍ନତ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣା ନେଇ ଆରଡିସିସ୍ତରୀୟ ତଦନ୍ତ ନିିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସଂଧ୍ୟାରେ ହଠାତ ଛତ୍ରବଜାର ବ୍ରିଟିଶ ପୋଲ ନିକଟରେ ତାଳଦଣ୍ଡା କେନାଲର ମାଟିବନ୍ଧ ଧସିଥିଲା।
କେନାଲର ପୁନରୁଦ୍ଧାର କାମ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ମାଟି ତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଓ ପୋଲିସ କମିସନର ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛତ୍ରବଜାରରୁ ମାଲଗୋଦାମକୁ ଏହି ବ୍ରିଜ୍ ସଂଯୋଗ କରିଥାଏ ।