ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା: କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହେଲେ ୨ ଅଭିଯୁକ୍ତ

ବଲାଙ୍ଗିର(କେନ୍ୟୁଜ୍):  ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହେଲେ ୨ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ କୋର୍ଟରେ ହାଜର ହୋଇଛନ୍ତି। ବଙ୍ଗୋମୁଣ୍ଡା JMFC କୋର୍ଟରୁ ଚାର୍ଜସିଟ କଣ୍ଟାବାଞ୍ଜି ADJ କୋର୍ଟରେ ଦାଖଲ କରାଯାଇଛି। କଣ୍ଟାବାଞ୍ଜି ADJ କୋର୍ଟରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଛି।

mamita murder caswe

ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ। ନିଜ ଓକିଲ ବଦଳାଇଛି ଗୋବିନ୍ଦ। ଭବାନୀପାଟଣାର ଆଇନଜୀବୀ ଦୁର୍ଗା ପାଢ଼ୀ ଗୋବିନ୍ଦ ମାମଲା ଲଢୁଛନ୍ତି। ପରବର୍ତ୍ତୀ ଶୁଣାଣି ୨୧ତାରିଖରେ ହେବ। ଆଜିଠୁ କଣ୍ଟାବାଞ୍ଜି ADJ କୋର୍ଟରେ ଗୋବିନ୍ଦ ସାହୁଙ୍କ ମାମଲା ଆରମ୍ଭ ହେଲା। ଏହା ଏକ ନ୍ୟାୟିକ ପ୍ରକ୍ରିୟା ବୋଲି କହିଛନ୍ତି ପକ୍ଷରେ ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ।