ଓଏମସିକୁ ଜାତୀୟ ଖଣି ନିରାପତ୍ତା ପୁରସ୍କାର, ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ କଲେ ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ):  ଓଏମସିକୁ ଜାତୀୟ ଖଣି ନିରାପତ୍ତା ପୁରସ୍କାର। ଓଡିଶା ଖଣି ନିଗମର ସାଉଥ କାଳିଆପାଣି କ୍ରୋମାଇଟ ଖଣିକୁ ୨୦୧୮ ଓ ୨୦୨୦ ପ୍ରତିଯୋଗିତା ବର୍ଷ ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଖଣି ନିରାପତ୍ତା ପୁରସ୍କାର ମିଳିଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଓଏମସି ପ୍ରତିନିଧିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ ଓଡିଶା ଖଣି ନିଗମ ସବୁ କ୍ଷେତ୍ରରେ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ଆସୁଛି।

omc2

ନିଜସ୍ୱ ଖଣିମାନଙ୍କରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି ଭାବରେ ସୁଦୃଢ ହୋଇପାରିବ, ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ସତର୍କତା ମୂଳକ ତଥା ସଚେତନତା ଧର୍ମୀ କାର୍ଯ୍ଯକ୍ରମ ନିରନ୍ତର ଭାବେ ହାତକୁ ନିଆଯାଉଛି। ନିରାପତ୍ତା ମାନଦଣ୍ଡକୁ ବଜାୟ ରଖିବା ସହ ଏ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଚଳିତ ଆର୍ଥିକ ବର୍ଷକୁ ଓଏମସି ପକ୍ଷରୁ ନିରାପତ୍ତା ବର୍ଷ ଭାବେ ପାଳନ କରାଯାଉଛି। ଖଣି ପରିଚାଳନାର ପ୍ରତିଟି ଦିଗରେ ନିରାପତ୍ତାକୁ ସର୍ବାଧୁକ ଗୁରୁତ୍ୱ ଦିଆଯାଉଛି।