ଚଣ୍ଡିଖୋଲ ଫାଣ୍ଡି ପୋଲିସକୁ ସଫଳତା: ଚୋରା ମଟର ସାଇକେଲ ଜବତ ସହ ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ): ଦିନକୁ ଦିନ ବାଇକ ଲୁଟେରାଙ୍କ ପାଦୁର୍ଭାଵ ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳ ନୂଆ ସୁଙ୍ଗୁଡ଼ା ଗ୍ରାମରୁ ଛଅ ଗୋଟି ଚୋରା ମଟର ସାଇକେଲ ଜବତ କରିଛି ଚଣ୍ଡିଖୋଲ ଫାଣ୍ଡି ପୋଲିସ। ବିଶେଷ ସୂତ୍ରରୁ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଖବର ପାଇ ଏକ ଟିମ ନୂଆ ସୁଙ୍ଗୁଡ଼ା ଗ୍ରାମର ବଟକୃଷ୍ଣ ନାୟକଙ୍କ ଘରେ ଚଢ଼ାଉ କରିବା ପରେ ବଟକୃଷ୍ଣଙ୍କ ପୁଅ କୃପାସିନ୍ଧୁ ନାୟକ (ସପନା)କୁ ବାଇକ ଚୋରି ମାମଲାରେ ଗିରଫ କରିବା ସହ ଛଅ ଗୋଟି ଭିନ୍ନ ଭିନ୍ନ କମ୍ପାନୀର ମଟର ସାଇକେଲ ଜବତ କରିଛି। ଏଥିସହ ବଡ଼ଚଣା ପୋଲିସ ଏକ ମାମଲା ନଂ ୮୫/୨୦୨୨ ସହ ୩୭୯ ରେ ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।