ନୂଆ ରୂପ ପାଇବ ଯୋରନ୍ଦାର ମହିମା ପୀଠ, ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆ ରୂପ ପାଇବ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ପୀଠ । ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପାସନା ପୀଠ ଓ ବତୀ ମଣ୍ଡପ, ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତିକରଣ ସହ ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର ।

ଢେଙ୍କାନାଳ(କେନ୍ୟୁଜ୍) : ନୂଆ ରୂପ ପାଇବ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ପୀଠ । ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପାସନା ପୀଠ ଓ ବତୀ ମଣ୍ଡପ, ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତିକରଣ ସହ ଭବ୍ୟ ମହିମାଗାଦି ଶୂନ୍ୟମଣ୍ଡପ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର ।

୩ ବର୍ଷ ଭିତରେ ମହିମା ଗାଦି ରୂପାନ୍ତରଣ ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜୟ ମହିମା ଅଲେଖରୁ ନିଜ ଉଦବୋଧନ ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ନିଜ ଉଦବୋଧନରେ ପାଣ୍ଡିଆନ୍ କହିଛନ୍ତି, ବହୁତ ଲୋକ ଶ୍ରେୟ ନେବାକୁ କାମ କରନ୍ତି।

କିଛି ଲୋକ ଅଛନ୍ତି ଅନ୍ୟମାନେ କେମିତି ଶ୍ରେୟ ପାଇବେନି କାମ କରନ୍ତି। ସେଥିପାଇଁ ସେମାନେ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି। କିଛି ଲୋକ ଉନ୍ନତିକରଣକୁ ବିରୋଧ କରି ସିଏମଓଙ୍କୁ ଚିଠି ପଠାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରେୟ ପାଇବାକୁ କାମ କରନ୍ତି ନାହିଁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.