Below header

ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ କରିବେ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ଓଡ଼ିଶା ଭବନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ପାଇବାକୁ ଥିବା ବଳକା ଅର୍ଥ ଓ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ନବୀନ। ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୋଲିସ ଡିଜି ବିକେ ଶ୍ରମା, ଗୃହ ସଚିବ ସଞ୍ଜିବ ଚୋପ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ରହିବେ। ଆସନ୍ତାକାଲି ଦିଲ୍ଲୀ ଗସ୍ତର ସାରି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ। ଗସ୍ତବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇବେ ନବୀନ । ବିଶେଷକରି ମାଓ ପ୍ରଭାବିତ ଅଞ୍ଚଳରେ ଅଧିକ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ, ଗମନାଗମନ, ରେଳ,ବ୍ୟାଙ୍କି ଓ ଟେଲିକମ ସେବା ଯୋଗାଇବା ଉପରେ ନବୀନ ଗୁରୁତ୍ୱ ଦେଇ ଆସୁଛନ୍ତି । ସେହିପରି କେନ୍ଦ୍ର ସରକାର ତୁରନ୍ତ ବକେୟା ଚଊଝ ସବ୍‌ସିଡି ଦେବାକୁ ନବୀନ ଗୁରୁତ୍ୱ ଦେବେ । ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଯୋଗାଣା ମନ୍ତ୍ରୀ ବିଳାସ ପାଶଓ୍ଵାନଙ୍କୁ ଚିଠି ଲେଖିଥିଲେ । ୨୦୧୭-୧୮ରେ ରାଜ୍ୟ କେନ୍ଦ୍ର ଠାରୁ ୨ ହଜାର ୧୨୩ କୋଟି ସବସିଡି ପାଇବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.