ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଭିନ୍ନ ସମସ୍ୟା ପ୍ରସଙ୍ଗରେ କରିବେ ଆଲୋଚନା

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ଲୋକସଭା ନିର୍ବାଚନ ପରେ ମୋଦିଙ୍କ ସହ ମମତା ବାନାର୍ଜୀଙ୍କର ଏହା ପ୍ରଥମ ସାକ୍ଷାତ। ପଶ୍ଚିମବଙ୍ଗର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ପଶ୍ଚିମବଙ୍ଗର ନାଁ ପରିିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହୋଇପାରେ। ସେହିପରି ଏୟାର ଇଣ୍ଡିଆ ଘରୋଇକରଣ, ରେଳବାଇ କ୍ଷେତ୍ରରେ ମଧ୍ୟ ଆଲୋଚନା ହୋଇପାରେ। ଅନ୍ୟପଟେ ମୋଦିଙ୍କ ସହ ସାକ୍ଷାତକୁ ସୌଜନ୍ୟମୂଳକ ଏବଂ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ମମତା କହିଛନ୍ତି। ମୋଦିଙ୍କର ଜଣେ କଡ଼ା ସମାଲୋଚକ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମୋଦି ସରକାରଙ୍କ ପ୍ରତିଟି ପଦକ୍ଷେପକୁ ତୃଣମୂଳ କଂଗ୍ରେସ ବିରୋଧ କରୁଛି। ବିଜେପି ଓ ଟିଏମ୍‌ସି ମଧ୍ୟରେ ଏବେ ଅହିନକୁଳ ସଂପର୍କ। ପଶ୍ଚିମବଙ୍ଗ ପୋଲିସ ଓ ସିବିଆଇ ମଧ୍ୟରେ ଟସଲ୍‌ ଚାଲିଛି। ଏହି ସମୟରେ ମୋଦି-ମମତାଙ୍କ ଭେଟକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ବିଚାର କରାଯାଉଛି। ଅନ୍ୟପଟେ ମମତା ବାନାର୍ଜୀଙ୍କୁ ସୁବିଧାବାଦୀ ରାଜନେତା ବୋଲି ବିଜେପି କହିଛି।

Leave A Reply

Your email address will not be published.