ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ଥାନରେ ମତ ଦେଉଛନ୍ତି ହେବିୱେଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। BMCର ୫୩ନଂ ଓ୍ଵାର୍ଡରେ ନିଜ ମତ ସାବ୍ୟସ୍ତ କରିଛନ୍ତି ନବୀନ ପଟ୍ଟନାୟକ। ନବୀନ ନିବାସରୁ ଚାଲି ଚାଲି ଆସି ପଳାସପଲ୍ଲୀ ସ୍କୁଲରେ ହୋଇଥିବା ୫୪୪ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଛନ୍ତି ନବୀନ। । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

cm

ଏପଟେ ଭୋଟ୍‌ ଦେଇଛନ୍ତ ଅନେକ ହେବିୱେଟ୍‌। ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟରଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ।

pranab

ସେହିପରି ନୟାପଲ୍ଲୀ ନୂଆସାହି ଉତ୍କଳମଣି ସରକାରୀ ୟୁପି ବିଦ୍ୟାଳୟରେ ଭୋଟ ଦେଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।  ଭୁବନେଶ୍ୱର ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟରେ ଭୋଟ୍‌ ଦେଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍‌। ବିଜେପି ଓ କଂଗ୍ରେସ ମେୟର ପ୍ରାର୍ଥୀ ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି। ସେକ୍ଟର-୧ ସରକାରୀ ପ୍ରାଥମିକ ବିଦ୍ୟାଳୟର ୱାର୍ଡ ନମ୍ବର ୨୫ରେ ଭୋଟ ଦେଇଛନ୍ତି। ବ୍ରହ୍ମପୁରର ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ମତସାବ୍ୟସ୍ତ କରିଛନ୍ତି।

sulochanavk

ସେହିପରି ବରଗଡ଼ ବ୍ରହ୍ମଚାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟସ୍ଥିତ ବୁଥ୍‌ ନମ୍ବର ୬୧ରେ ମତ ସାବ୍ୟସ୍ତ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ବଲାଙ୍ଗିର ଲକ୍ଷ୍ମୀ ନାରାୟଣପଡ଼ାର ୪୪ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଏପଟେ ପୌର ନିର୍ବାଚନ ପାଇଁ ଭୋଟ୍‌ ଦେଇଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ହାଣ୍ଡିଧୂଆଁ ସ୍କୁଲର ୧୯ନମ୍ବର ୱାର୍ଡର ୨୭ ନମ୍ବର ବୁଥ୍‌ରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

tukuni

ଏପଟେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ। ୧୦ନମ୍ବର ୱାର୍ଡର ୧୭ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ଦୀର୍ଘ ସମୟ ଧରି ସାଧାରଣ ଲୋକଙ୍କ ସହ ଲାଇନ୍‌ରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରିଛନ୍ତି।

saluja

ସେହିପରି କଣ୍ଟାବାଞ୍ଜି ଏନ୍‌ଏସିରେ ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପୁରୁଣାବସ୍ତିର ସରକାରୀ ପ୍ରାଥମିକ ବିଦ୍ୟାଳୟ ୱାର୍ଡ ନମ୍ବର ୯ର ବୁଥ୍‌କୁ ଆସି ମତଦାନ ସାବ୍ୟସ୍ତ କରିଛନ୍ତି।

ସେହିପରି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ। ବିଏମ୍‌ସି ମହାନଗର ନିଗମ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଦେବାୟନୀ ନନ୍ଦ। ଭୁବନେଶ୍ୱର ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥ୍‌ରେ ଦୁଇ ଜଣ ଭୋଟ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.