ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ଜୟଦେବବିହାର ଛକ ନିକଟରେ ମନ୍ଦିର ନିର୍ମାଣ କରାଯାଇଛି ।

naveen

ସାତ ଦିନ ଧରି ଚାଲିଥିଲା ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ହଜାର ହଜାର ଲୋକ ଶ୍ରୀବାଲାଜୀଙ୍କ ଦର୍ଶନ ପାଇଁ ତିରୁପତି ଯାଉଛନ୍ତି । ଭୁବନେଶ୍ୱରରେ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଭକ୍ତମାନେ ଏଠାରେ ଦର୍ଶନ କରିପାରିବେ । ଯିଏ ତିରୁପତି ଯାଇ ପାରିବେନି ଏଇଠି ଦର୍ଶନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.