କେଦାରନାଥ ଯାତ୍ରା ସମୟରେ ହାର୍ଟ ଆଟାକ୍‌ ଯୋଗୁ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ; ୩୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେଦାରନାଥ ଧାମ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ବୁଧବାର ମଧ୍ୟ ଆଉ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରିପୋର୍ଟ ମୁତାବକ, ମେ’ ୨୫ରେ ହାର୍ଟ ଆଟାକ୍‌ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୩୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଲାଣି।

ଜିଲ୍ଲା ପ୍ରଶାସନିକ ରିପୋର୍ଟ ଅନୁସାରେ, ମେ’ ୨୫ରେ ମୋଟ ୧୪,୩୦୧ ଶ୍ରଦ୍ଧାଳୁ ଭଗବାନ କେଦାରନାଥଙ୍କ ଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରେ ୮,୪୦୫ ପୁରୁଷ, ୫,୬୯୫ ମହିଳା ଏବଂ ୨୦୨ ପିଲା ସାମିଲ ଥିଲେ।

ମୃତକମାନେ ହେଲେ, ଗ୍ଵାଲିୟରର ରିଷି ଭଦୌରିୟା (୬୫ ବର୍ଷ), ମଧ୍ୟ ପ୍ରଦେଶ ଗୁନାର ଶମ୍ଭୁ ଦୟାଲ ଯାଦବ (୬୬) ଓ ଉତ୍ତର ପ୍ରଦେଶ ଦୀନାମଗଣର କଲାମ ନାଥ ଭଟ୍ଟ (୬୦)। ସେପଟେ ବୁଧବାର ଏଠାରେ ଦୁଇଟି ସଡ଼କ ଦୁର୍ଘଟଣା ଘଟି ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.