Below header

ସହମତିରେ ଯୌନ କ୍ରିୟା ବେଆଇନ୍‌ ନୁହେଁ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ବେଆଇନ୍‌ ନୁହେଁ ଯୌନ କ୍ରିୟା । ସହମତିରେ ଯୌନ କ୍ରିୟା ବେଆଇନ୍‌ ନୁହେଁ । ପୋଲିସ ହସ୍ତକ୍ଷେପ କରିପାରିବ ନାହିଁ କିମ୍ବା ଯୌନକର୍ମୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାକୁ ଏକ ବୃତ୍ତି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯୌନକର୍ମୀଙ୍କୁ ସମାନ ସୁରକ୍ଷା ଓ ସମ୍ମାନ ମିଳିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି ।

ଜଷ୍ଟିସ୍‌ ଏଲ ନାଗେଶ୍ୱର ରାଓଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଯୌନ କର୍ମୀଙ୍କ ଅଧିକାର ସୁରକ୍ଷା ନେଇ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବେଶ୍ୟାଳୟରେ ଚଢ଼ଉ ବେଳେ ଯୌନକର୍ମୀଙ୍କୁ ଗିରଫ କରିବା, ହଇରାଣ ହରକତ କରିବା ଏବଂ ଜରିମାନା କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ବେଶ୍ୟାଳୟ ଚଳାଇବା ବେଆଇନ୍‌ କିନ୍ତୁ ସହମତିରେ ଯୌନ କ୍ରିୟା କରିବା ବେଆଇନ୍‌ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.