ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କୁ ତୁରନ୍ତ ଦିଅ ବୁଷ୍ଟର ଡୋଜ୍‌, କୋଭିଡ ସମୀକ୍ଷାରେ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ୍‌ ରୋଗୀ ସଂଖ୍ୟା ସ୍ଥିର ରହିଛି । ଖସୁଛି ନୂଆ ପଜିଟିଭ କେସ୍‌ । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ଗୋଷ୍ଠୀର ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ କହିଛନ୍ତି । ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ରେ ପାଳନ କରିବେ ସେଥିପ୍ରତି ଯତ୍ନବାନ ହେବା ପାଇଁ ପୋଲିସକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୃଥକବାସରେ ଘରେ ରହି ଚିକିତ୍ସିତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ରାପିଡ୍‌ ରେସପନ୍ସ ଟିମ୍‌ ଓ କ୍ଷେତ୍ର କର୍ମଚାରୀ ଠିକରେ ତଦାରଖ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆତଙ୍କିତ ନ ହୋଇ କୋଭିଡ୍‌ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.