ପୁଣି ହେବ କି ଲକଡାଉନ୍‌, ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟକୁ ଲେଉଟିଛି କରୋନା କାୟା । ପୁଣି ବଢ଼ିଲା ଭାଇରସ୍‌ ଭୟ । ରାଜ୍ୟରେ ପୁଣି ଥରେ ଚିନ୍ତା ବଢାଇଛି ଦୈନିକ ସଂକ୍ରମଣ । ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ମ ୫ଟାରେ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିକୁ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଗାଁର କୋଭିଡ୍‌ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ । ସରପଞ୍ଚ, ୱାର୍ଡ ମେମ୍ବର, ଆଶାକର୍ମୀଙ୍କୁ ଦିଆଯିବ ଦାୟିତ୍ୱ । ସେହିପରି ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର । ବ୍ୟବସାୟିକ ପ୍ରତିଷ୍ଠାନ, ମଲ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡ଼ାକଡ଼ି ହେବ କୋଭିଡ କଟକଣା । କଟକଣା କଡ଼ାକଡ଼ି କରିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଟ୍ରେସିଂ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.