ସୋର: ହାଟମଝିରୁ ଯୁବକଙ୍କୁ ଉଠାଇ ନେଇ ହାଣି ପକାଇଲେ ଓ ପରେ କ୍ଷତ ସ୍ଥାନକୁ ଅସ୍ତ୍ରୋପଚାର କଲେ ଦୁର୍ବୃତ୍ତ

ବାଲେଶ୍ବର (କେନ୍ଯୁଜ): ବାହାନଗାରେ ଦୁର୍ବୃତ୍ତଙ୍କ ବର୍ବୋରଚିତ କାଣ୍ଡ । ହାଟମଝିରୁ ଯୁବକଙ୍କୁ ଉଠାଇ ନେଇ ହାଣି ପକାଇଲେ ଓ ପରେ କ୍ଷତ ସ୍ଥାନକୁ ଅସ୍ତ୍ରୋପଚାର କଲେ । ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ଏଭଳି ବର୍ବରୋଚିତ କାଣ୍ଡ ସମସ୍ତଙ୍କୁ ତାଜୁବ କରିଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅରଳା ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତଙ୍କୁ ସୋମବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ କିଛି ଯୁବକ ଗୋପାଳପୁର ବଜାରରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ତାଙ୍କ ଘରଲୋକଙ୍କୁ ଖବର ଦେବା ପରେ ସେମାନେ ତୁରନ୍ତ ଏ ସମ୍ପର୍କରେ ଗୋପାଳପୁର ଫାଣ୍ଡିକୁ ଜଣାଇଥିଲେ।

ତେବେ ପୁଲିସ ଅଭିଯୋଗ ପାଇବା ପରେ ତୁରନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ନୂଆପୁର ହାଟୁଆଣି ଛକ ପୋଲ ନିକଟରୁ ପ୍ରଶାନ୍ତଙ୍କୁ ପୁଲିସ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋପାଳପୁର ହସ୍ପିଟାଲ ଏବଂ ପରେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ପ୍ରଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏହି ଘଟଣାପଛର ଅସଲ ରହସ୍ୟ କଣ ରହିଛି ପୁଲିସ ଛାନଭିନ୍‌ ଆରମ୍ଭ କରିଥିବା ଜଣାପଡ଼ିଛି।

You might also like