ଭ୍ୟାକସିନ ବଣ୍ଟନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ୍‌ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଥିଲେ ଭ୍ୟାକସିନ ବଣ୍ଟନ ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ଟିକା ଆସିବା କ୍ଷଣି ଫୋକସରେ ରହିବେ ଫ୍ରଣ୍ଟ ଲାଇନ ହେଲଥ ୱାର୍କର, ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବେ।

ପ୍ରତିଟି ଜୀବନ ବଞ୍ଚାଇବାକୁ ଟିକାକରଣ ପାଇଁ ପ୍ରସ୍ତୁତ ଥିଲେ ବି ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇ ସଜାଗ ରହିଛୁ। କାରଣ ଭ୍ୟାକସିନ ଆସିଲେ ବି, କୋଭିଡ ବିରୋଧରେ ଭ୍ୟାକସିନ କେତେ ସମୟ ପର୍ଯ୍ୟନ୍ତ ଫଳପ୍ରଦ ରହିବ ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.